ବାମରା ବ୍ଲକ ଅନ୍ତର୍ଗତ ସାଙ୍କୋବାହାଲ ଠାରେ ସମ୍ପର୍କୀୟ ଭାଇଙ୍କ ଟାଙ୍ଗିଆ ମାଡ଼ରେ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧୨ଟା ସମୟରେ ସାଙ୍କୋବାହାଲ ଠାରେ ନୂତନ ବର୍ଷ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେଠାରେ ଜମିବାଡ଼ି ବିବାଦ କୁ ନେଇ ଦେବ ନାଏକ ଓ ତାଙ୍କ ସମ୍ପର୍କୀୟ ଭାଇ ରାଜେନ୍ଦ୍ର ମାଝୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉକ୍ଷିପ୍ତ ହୋଇ ରାଜେନ୍ଦ୍ର ଏକ ଟାଙ୍ଗିଆରେ ଦେବକୁ ଆକ୍ରମଣ କରିବାରୁ ତାଙ୍କ ଗୋଡ଼ ରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇ ସେ ଆହତ ହୋଇଥିବା ଜଣାପଡିଛି।