ରାଉରକେଲା ଠାରୁ ଭୁବନେଶ୍ଵର ଯାଉଥିବା ନଅ ସିଟ ବିଶିଷ୍ଟ ବିମାନ ଆଜି ଅପରାହ୍ନରେ ଜଲଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ରେ ଆହତ ଯାତ୍ରୀ ଓ ପାଇଲଟ କୁ ଉଦ୍ଧାର କରି ରାଉରକେଲା ସ୍ଥିତ ଜୟପ୍ରକାଶ ନାରାୟଣ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ସ୍ଥଳ ରେ ରାଉରକେଲା ସ୍ୱତନ୍ତ୍ର ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।