ରେଢ଼ାଖୋଲ ରେଳ ଷ୍ଟେସନ ନିକଟ ଶୁଣ୍ଢିମୁଣ୍ଡା ଗ୍ରାମରେ ଦୁଇ ଟିକିଆ ହାତୀ ପଲ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନ ନିକଟ ଶୁଣ୍ଢିମୁଣ୍ଡା ଗ୍ରାମର ଷ୍ଟେସନ ପଡ଼ାରେ ଗୁରୁବାର ସଂଧ୍ୟାରେ ଦୁଇ ଟିକିଆ ହାତୀ ପଲ ଉପଦ୍ରବ କରିଛନ୍ତି । ଗ୍ରାମର ପ୍ରଦୀପ ଦୀପଙ୍କ ଘର ପଛ ପାଖ ବଗିଚାରେ ହାତୀ ପଲ ପଶି କଦଳୀ ଗଛ ଭାଙ୍ଗିବା ସହ ଖାଇ ଦେଇଛନ୍ତି । ଖବରପାଇ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ବାଣ ଫୁଟାଇ ଘଉଡାଇ ଦେଇଛନ୍ତି ।