ଖଲ୍ଲିକୋଟ୍: ବାଣିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଆଜି ଦିନ ୧୧ ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମୋଟ ୯୬ ଟି ଅଭିଯୋଗ ଶୁଣିଛନ୍ତି ବିଡ଼ିଓ ଓ ତହସିଲଦାର। ଏହି ଅଭିଯୋଗ ଶୁଣାଣୀ ଶିବିର ରେ ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ଡି. ମାଲେଶ୍ୱର ପାତ୍ର, ଖଲ୍ଲିକୋଟ ଅତିରିକ୍ତ ଆଇ ଆଇସି ପୂର୍ଣ୍ଣ ଚନ୍ଦ୍ର କିଶାନ ଙ୍କ ସହିତ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।