ବଲାଙ୍ଗିର ଜିଲ୍ଲାପାଳ କୁସୁମକାଣୀ ଗ୍ରାମସ୍ଥିତ ଏସ.ଏସ. ଇଣ୍ଡଷ୍ଟ୍ରିଜ୍ (Bisleri ସହିତ ମିଳିତ ଏକ ପ୍ୟାକେଜ୍ ପାନୀୟ ଜଳ ୟୁନିଟ୍) ପରିଦର୍ଶନ କରିଥିଲେ। ଏହି ଇଣ୍ଡଷ୍ଟ୍ରି ୫ କୋଟି ଟଙ୍କାର ପୁଞ୍ଜିନିବେଶରେ ନିର୍ମିତ ହୋଇଥିବା ସୂଚନା ମିଳିଛି। ପରିଦର୍ଶନ ସମୟରେ ଜିଲ୍ଲାପାଳ ସେଠାରେ ପାନୀୟ ଜଳ ଶୁଧିକରଣ ଓ ଉତ୍ପାଦନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ। ସେ ଏହାର ସମ୍ପ୍ରସାରଣ ଓ ଅଧିକ ପୁଞ୍ଜିନିବେଶ ସୁବିଧା ପାଇଁ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି–୨୦୨୨ ଅଧୀନରେ ପ୍ଲାଣ୍ଟ, ମେସିନାରୀ ଏବଂ ସୋଲାର ପ୍ଲାଣ୍ଟ ପାଇଁ ଶିଳ୍ପ ନିର୍ଦ୍ଦେଶକ, ଓଡ଼ିଶା କଟକଙ୍କୁ ସୁପାରିଶ କରିଥିବା