ସୁକିନ୍ଦା ବ୍ଲକର ବିଏସଏସଓ ବୁଲୁ ବେହେରା କର୍ଯ୍ୟସାରି ବାଇକ ଚଳାଇ ନିଜ ଘର ଭୁବନ ଥାନା ଅନ୍ତର୍ଗତ ଚଣ୍ଡିପାଳ ଫେରୁଥିବା ସମୟରେ ଅନନ୍ତପୁର ଛକ ନିକଟରେ ଏକ ଦ୍ରୁତଗାମୀ ଗାଡି ତାଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା । ସେହି ନିକଟରେ ଥିବା ଲୋକେ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୁକିନ୍ଦା ପୋଲିସ ବୁଲୁକୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୁଲୁକୁ ମୃତ ଘୋଷଣା କରିଥିଲେ ।