ଛତ୍ରପୁର: ପୀତବାସ ପଣ୍ଡା ହତ୍ୟା ମାମଲା, ବିଳମ୍ବିତ ରାତିରେ ବିଜେଡ଼ି ଜିଲ୍ଲା ସଭାପତିଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ
ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଅପଡେଟ୍ । ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତିଙ୍କୁ ଉଠାଇ ନେଲା ବ୍ରହ୍ମପୁର ପୋଲିସ । ଗତ ବିଳମ୍ବିତ ରାତିରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୋଲିସ ଉଠାଇ ନେଇଳିଛି । ବ୍ରହ୍ମପୁର ଏସ୍ପିଙ୍କ ନେତୃତ୍ଵରେ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଉଠାଇ ନେଇଥିବା ସୂଚନା ମିଳିଛି । ଯାହାକୁ ନେଇ ରାତି ତମାମ ବିକ୍ରମକଂ ସମର୍ଥକଙ୍କ ବୈଦ୍ୟନାଥ ପୁର ଥାନା ଆଗରେ ଗହଳି ଲାଗିଥିଲା।