ମାର୍ଗଶୀର ମାସ ତୃତୀୟ ଗୁରୁବାର ପାଇଁ ଗୋଳାବନ୍ଧ ଓ ଚାନ୍ଦପୁର ଠାରେ ମା ମହାଲକ୍ଷ୍ମୀଙ୍କ ପୂଜା ବେଶ ଧୁମଧାମରେ ଅନୁଷ୍ଠିତ ହୋଇଛି। ଗୁରୁବାର ଅପରାହ୍ନରେ ଗ୍ରାମରେ ମହାଲକ୍ଷ୍ମୀଙ୍କ ପୂଜନ ସମାରୋହରେ ଯୋଗ ଦେଇଛନ୍ତି ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ।ସ୍ଥାନୀୟ ମହିଳା ମାନଙ୍କ ଦ୍ୱାରା ପବିତ୍ର ମାଣବସାରେ ଆୟୋଜିତ ଧନଧାନ୍ୟର ଦେବୀ ମା’ ମହାଲକ୍ଷ୍ମୀଙ୍କ ପୂଜାରେ ସାମିଲ ହୋଇ ଅଞ୍ଚଳର ଉନ୍ନତି କାମନା କରିଛନ୍ତି ମନ୍ତ୍ରୀ।