ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ବ୍ଳକର ପଞ୍ଚରା ସଂରକ୍ଷିତ ଜଙ୍ଗଲରେ ୨୩ ଟିକିଆ ବଣୁଆ ହାତୀ ପଲ ରହିଥିବା ସୂଚନା ମିଳିଛି। ଏହି ବଣୁଆ ହାତୀ ପଲ ରହିଥିବା ସୂଚନା ପାଇବା ପରେ ଜଙ୍ଗଲ କୂଳ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ହାତୀ ପଲ କୁ ଘଉଡାଇବା ପାଇଁ ଚେଷ୍ଠା ଜାରି ରଖିଛନ୍ତି।