ସୁକିନ୍ଦା: ବ୍ରାହ୍ମଣବାଡ ଗ୍ରାମରେ ଆୟୋଜିତ ଗିରି ଗୋବର୍ଦ୍ଧନ ପୂଜାରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ
Sukinda, Jajpur | Oct 22, 2025 ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକ ଅଧୀନସ୍ଥ ସିଂହାପୁର ଗ୍ରାମପଞ୍ଚାୟତର ବ୍ରାହ୍ମଣବାଡ ଗ୍ରାମରେ ଆୟୋଜିତ ପବିତ୍ର ଗିରି ଗୋବର୍ଦ୍ଧନ ପୂଜାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ସହ ଗ୍ରାମବାସୀଙ୍କ ମଙ୍ଗଳ ନିମନ୍ତେ ମହାପ୍ରଭୁ ନିକଟରେ ପ୍ରାର୍ଥନା କରି ସମସ୍ତଙ୍କୁ ଉତ୍ସାହିତ କରିଥିବା ବୁଧବାର ସନ୍ଧ୍ୟା 7 ଘଟିକା ସମୟରେ ଦେଖିବାକୁ ମିଳିଛି ।।