ବୁଧବାର ଦିନ 2 ଘଟିକା ସମୟରେ ପୁରୀ ଜିଲ୍ଲା ପୁରୀ ସଦର ବ୍ଲକ ବିରପ୍ରତାପ ପୁର ଗ୍ରାମ ଛକରେ ଦୁର୍ଘଟଣା । ଜନୈକ ଗ୍ରାମବାସୀ ରାସ୍ତାରେ ବିଲ କାମ ସାରି ଫେରୁଥିବାବେଳେ ଏକ ବାଇକ ଭୁବନେଶ୍ୱରପଟୁ ଆସି ଧକ୍କା ଦେଇଥିଲା । ଗ୍ରାମବାସୀ ସେଠାରେ ଆହତ ହୋଇ ତଳେ ପଡ଼ିଥିଲେ । ବାଇକ ଚାଳକ ଜଣକ ମଧ୍ୟ ଆହତ ହୋଇଥିଲେ । ତେବେ ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଂଚି ଦୁଇଜଣ ଆହତଙ୍କୁ ପୁରୀ ବଡ଼ ଡାକ୍ତରଖାନା ପଠାଇଥିବାବେଳେ , ବାଇକ କୁ ଥାନାରେ ଅଟକ ରଖିଥିବା ସୂଚନା ହସ୍ତଗତ ହୋଇଛି ।