ଚାରମାଳ: ଅର୍ଖକୁଦ ଗ୍ରାମରେ ଜଳି ଗଲା ୧ ହଜାର ବିଡା ଧାନ
ଅର୍ଖକୁଦ ଗ୍ରାମରେ ଜଳି ଗଲା ୧ ହଜାର ଧାନ ବିଡା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ତ୍ରୀବଣପୁର ପଞ୍ଚାୟତ ଅନ୍ତର୍ଗତ ଅର୍ଖକୁଦ ଗ୍ରାମରେ ଗତକାଲି ସୋମବାର ରାତି ୧୧ ଟା ସମୟରେ ଗ୍ରାମର ଜଣେ ଚାଷୀ ଲବଣୀ ପ୍ରଧାନ ଙ୍କ ଧାନ ଖଳାରେ ଗଚ୍ଛିତ ରଖିଥିବା ୧ ହଜାର ଧାନ ବିଡା ଜଳି ପୋଡି ପାଉଁସ ହୋଇଯାଇଛି । ଫଳରେ ଚାଷି ଜଣକ ଭାଙ୍ଗି ପଡିଛନ୍ତି । ରୁଣ କରଜ କରି ବହୁ କଷ୍ଟରେ ଧାନ ଚାଷ କରିଥିଲେ । ପାଚିଲା ଧାନ କାଟି ଅମଳ ପାଇଁ ନିଜ ଘର ପାଖ ଖଳାରେ ଗଚ୍ଛିତ ରଖିଥିଲେ । ହେଲେ କୈାଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ଏବଂ ଅଖି ପିଛୁଲାକେ ଧାନ ସବୁ ଜଳ ପାଉଁସ ହୋଇଥିଲା ।