ବାରଙ୍ଗ: କାଠଯୋଡି ନଦୀକୁ ସୁବାଷ ସେତୁରୁ ଡେଇଁଥିବା ନେଇ ସନ୍ଦେହ, ବ୍ରିଜ ଉପରେ ସ୍କୁଟି ସହ ପଡ଼ିଛି ଚପଲ, ଅଗ୍ନିଶମ ବିଭାଗର ଖୋଜାଖୋଜି
Barang, Cuttack | Jul 31, 2024 କାଠଯୋଡି ନଦୀକୁ କେହି ବୁଧବାର ପୂର୍ବାହ୍ନ ରେ ଡେଇଁପଡ଼ିଥିବା ସନ୍ଦେହ ସୁବାଷ ସେତୁରୁ ଡେଇଁଥିବା ନେଇ ସନ୍ଦେହ କରି ପୁଲିସ ଘଟଣାସ୍ଥଳ ରେ ଛାନଭିନ କରିଛି । ବ୍ରିଜ ଉପରେ କେହି ସ୍କୁଟି ସହ ଚପଲ ରଖିଦେଇ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି । ପାଣି ଅଧିକ ଥିବାରୁ କିଛି ଜଣାପଡ଼ୁନ ଥିବା ବେଳେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଁଚି ଖୋଜା ଖୋଜି ଆରମ୍ଭ କରିଛି । ଏଥିସହ ଲାଲବାଗ ଥାନା ଓ ବାରଂଗ ଥାନା ପୁଲିସ ଅଧିକାରୀ ଉପସ୍ଥିତ ଥିବା ଜଣାପଡିଛି।