ବଲାଙ୍ଗିର ଜିଲ୍ଲାରେ “ମୋ ଜଙ୍ଗଲ ଜମି ଯୋଜନା” କାର୍ଯ୍ୟକାରୀ ହୋଇ ବହୁ ଦିନ ହେଲେ ମଧ୍ୟ, ଏପର୍ଯ୍ୟନ୍ତ ଜଣେ ବି ହିତାଧିକାରୀ ପଟ୍ଟା ପାଇନାହାନ୍ତି। ଏହାକୁ ନେଇ ଆଜି ଲୋଇସିଂହା ବ୍ଲକ ଜଙ୍ଗଲ ଅଧିକାର କମିଟି ସମୂହ ତରଫରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠରେ ଦାବିପତ୍ର ଦାଖଲ କରାଯାଇଛି। ଜନଜାତି ଓ ପାରମ୍ପରିକ ବନବାସୀଙ୍କ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ପଟ୍ଟା ଦାବି ଦୀର୍ଘଦିନ ଧରି ଅପେକ୍ଷିତ ରହିବାରୁ ସ୍ଥାନୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଛି।**