ଦେବଗଡ: ସଂସ୍କୃତି ଭବନ ଠାରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ନାରୀକବି ସମ୍ମିଳନୀ
ଦେବଗଡ ସଂସ୍କୃତି ଭବନ ଠାରେ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆଜି ତୃତୀୟ ରାଜ୍ୟ ସ୍ତରୀୟ ନାରୀକବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦିନ ପ୍ରାୟ ୨ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଂସଦର ସମ୍ପାଦକ ଚିତରଞ୍ଜନ ଦାଶଙ୍କ ଆବାହକତ୍ୱ ଓ ସଭାପତି ଭାରତ ଭୁଷଣ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ମୂଖ୍ୟଅତିଥି ଭାବେ ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ତିଲେଇବଣି ବ୍ଲକର ଉପାଧ୍ୟକ୍ଷା ଆରତୀ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଈଶ୍ୱର ଗୁରୁ ଯୋଗ ଦେଇଥିଲେ।