ନୀଳଗିରି: ବୟାରସାହି ଗ୍ରାମରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ବିଦ୍ୟୁତ ସର୍ଟସକ୍ରିଟ ରେ ଜଳିଗଲା ଘର ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ, ଦମକଳ ପହଁଚି ନିଆଁ ଙ୍କୁ କଲେ ଆୟତ୍ତ l ଆଜି ନୀଳଗିରି ବ୍ଲକ ବୟାରସାହି ଗ୍ରାମ ରେ ରୁହିଆ ସିଂ ଙ୍କ ଘରେ ବିଦ୍ୟୁତ ସର୍ଟସକ୍ରିଟ ରେ ଭୟାଵହ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଦୁଇ ବଖରା ଚାଳ ଘର ,ବାଇକ ସମେତ ଘରର ସମସ୍ତ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଥିଲା । ଘରେ ଥିବା ଲୋକ ମାନେ ବାହାରକୁ ଚାଲି ଆସିଥିବା ବେଳେ ଅମିତ ସିଂ ଶିଶୁପୁତ୍ର ନିଆଁ ଧାସ ରେ ଗୁରୁତର ହୋଇ ନୀଳଗିରି ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି l ଖବର ପାଇ ଦମକଳ ପହଁଚି ନିଆଁ ଙ୍କୁ ଆୟତ୍ତ କରିଥିଲେ l