ଗୋବିନ୍ଦପୁର: ଗୋବିନ୍ଦପୁର ଦୁର୍ଗା ମଣ୍ଡପ ପଡ଼ିଆରେ ସେଲିବ୍ରେଟ ଲାଇଫ କାର୍ଯ୍ୟକ୍ରମ ଉଦଘାଟିତ
ବାମରା ସ୍ଥିତ ଗୋବିନ୍ଦପୁର ଦୁର୍ଗା ମଣ୍ଡପ ପଡ଼ିଆ ଠାରେ ତିନି ଦିନିଆ ସେଲିବ୍ରେଟ ଲାଇଫ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଉଛି। ଶୁକ୍ରବାର ସନ୍ଧ୍ୟା ୭ ଟାରେ ଉଦଘାଟିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ସାଇବର ବିଶେଷଜ୍ଞ ରିଶି ରୋଏ, ବରିଷ୍ଠ ସଫ୍ଟୱେର ଇଞ୍ଜିନିୟର ସ୍ଵାତୀ ଦାସ, ପ୍ରସିଦ୍ଧ ହାସ୍ୟ କବି ନୀତେଶ ଆଚାର୍ଯ୍ୟ, ମଡେଲ ମୀମାନ୍ସା ରଥ ଓ ଇତ୍ତିଶ୍ରୀ ରଥ ଅତିଥି ଭାବରେ ଯୋଗ ଦେଇ ଉତ୍ସାହିତ କରିଥିଲେ। ଏହି ଅବସର ରେ ପାରମ୍ପାରିକ ଫେସନ୍ ସୋ ଆୟୋଜିତ ହୋଇ ଥିବା ବେଳେ ଏଥିରେ ବିଭିନ୍ନ ଅଞ୍ଚଳ ରୁ ପ୍ରତିଯୋଗୀ ମାନେ ଯୋଗ ଦେଇ ଅଞ୍ଚଳର ପରମ୍ପରା, ସଂସ୍କୃତି ଓ କଳା ପ୍ରଦର୍ଶିତ କରିଥିଲେ।