ବାରିପଦା ମ୍ୟୁନିସିପାଲଟି: ସଂକଳ୍ପ ସଭା ଗୃହ ଠାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ବାର୍ଷିକ ସମୀକ୍ଷା ବୈଠକ ୨୦୨୪-୨୫ ଅନୁଷ୍ଠିତ
ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳଙ୍କ ସଭାପତିତ୍ଵରେ ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ସଂକଳ୍ପ ସଭା ଗୃହ ଠାରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ୨ୟ ପର୍ଯ୍ୟାୟ ବନାୟନର ବନଖଣ୍ଡ ସ୍ତରୀୟ ବାର୍ଷିକ ସମୀକ୍ଷା ବୈଠକ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସାଦା ଯୋଗଦେଇ ସମୀକ୍ଷା ୨୦୨୪-୨୫ ର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ।