ଦିଗପହଣ୍ଡି: ପାରିବାରିକ କଳହରୁ ପଟିଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଆତ୍ମହତ୍ୟା
ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ପଟିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହରୁ ଜଣେ ବ୍ୟକ୍ତି ବିଶ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଲେ ଟୁନା ବିଷୋୟୀ ତାଙ୍କ ଘର ପଟିଗୁଡ଼ା ଗ୍ରାମ ବୋଲି ସୂଚନା ମିଳିଛି। ତେବେ ସୂଚନା ଅନୁସାରେ ଟୁନା ବିଷୋୟୀ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା ଏବଂ ଟୁନା ବିଷୋୟୀ ତାଙ୍କ ସ୍ତ୍ରୀ ଙ୍କୁ ପିଟାପିଟି ମଧ୍ୟ କରିଥିଲେ ଯାହାଫଳରେ ଟୁନା ବିଷୋୟୀ ଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ତେବେ ଆଜି ରାତ୍ର ସମୟରେ ଟୁନା ବିଷୋୟୀ ନିଜେ ବିଶ ପିଇ