ଭଦ୍ରକ ଗ୍ରାମାଞ୍ଚଳ: ସାବରଙ୍ଗ ଥାନା ଅନ୍ତର୍ଗତ ବରାଙ୍ଗ ମାଛ ପୋଖରୀରେ ବିଷ, ପୋଲିସର ତଦନ୍ତ ଆରମ୍ଭ
ସାବରଙ୍ଗ ଥାନା ଅନ୍ତର୍ଗତ ବେନ୍ତାଳ ପଞ୍ଚାୟତ ଭବାନୀବିନ୍ଧା ଗ୍ରାମର ମାଛ ଚାଷୀ ଅଲେଖ ପାଳ। ନିକଟସ୍ଥ ବରାଙ୍ଗ ଗ୍ରାମର ଏକ ଅଢ଼େଇ ଏକର ପୋଖରୀରେ ମାଛ ଚାଷ କରିଥିଲେ। ସେ ମଧ୍ୟ ଏଥିପାଇଁ ୪ଲକ୍ଷ ଟଙ୍କା ଋଣ କରିଥିଲେ। ବର୍ତ୍ତମାନ ସେ ହତୋତ୍ସାହିତ ହୋଇଛନ୍ତି। ଗତକାଲି ସଂଧ୍ୟା୫ଟାରେ ପୋଖରୀରେ ମାଛ ଭାସୁଥିବା ଦେଖି ସାବରଙ୍ଗ ଥାନାରେ ଅଭିଯୋଗ କରିଥିଲେ। କେହି ଦୁର୍ବୁର୍ତ୍ତ ପୋଖରୀରେ ବିଷ ପକେଇ ଦେବାରୁ ପ୍ରାୟ ୨୫କୁଣ୍ଟାଲରୁ ଅଧିକ ମାଛ ମରି ଯାଇଛନ୍ତି ବୋଲି ସନ୍ଦେହ କରାଯାଉଛି। ପୂର୍ବ ଶତୃତାରୁ ଏଭଳି କାଣ୍ଡ କରାଯାଇଛି ଏବଂ ଏଥିନେଇ ସାବରଙ୍ଗ ଥାନାରେ ଅଲେଖ ଲିଖିତ ଅଭିଯୋଗ କରିଥିଲେ।