ଆମେରିକାରୁ ଆସିଥିବା ସେଜଲ ଜୋନ ଓରଫ ପୂଜା ବାଲେଶ୍ୱର ଜିଲା ନାରୀ ସଂଘ ହେପାଜତରେ ରହିଛନ୍ତି।ଆଜି ଅପରାହ୍ନ ୩ଟାରେ ତାଙ୍କର ବୟଫ୍ରେଣ୍ଡ ବାଲେଶ୍ୱର ରେମୁଣା ବ୍ଲକ ଆଳଦା ଅଞ୍ଚଳର ଅମର ଦାସ ପୂଜାକୁ ଦେଖା କରିବା ପାଇଁ ଆସିଥିଲେ।ହେଲେ ନାରୀ ସଂଘ କର୍ତ୍ତୃପକ୍ଷ ତାଙ୍କୁ ଫେରାଇ ଦେଇ ଜିଲାପାଳଙ୍କ ନିକଟକୁ ଅନୁମତି ପାଇଁ ପଠାଇଥିଲେ।ଗତ ୨୮ ତାରିଖରେ ପୂଜାକୁ ଦେଖା କରିବା ପାଇଁ ଅଜା, ଆଈଙ୍କ ସହ ଅମର ନାରୀ ସଂଘ ଆସିଥିଲେ।ତାଙ୍କ ନିକଟରେ କୌଣସି ପରିଚୟ ପତ୍ର ନଥିଲା।ସେଠାରେ ସେ ଦେଖାକରିବାକୁ ଜିଦ୍ ଧରିବାରୁ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ଅମରକୁ ଉଠାଇ ନେଇଥିଲା।