ଭାରତୀୟ ଜନତା ପାର୍ଟି ବ୍ରଜରାଜନଗର ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ତପନ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ବିଜେପି ମଣ୍ଡଳ ସଭାପତିଙ୍କ ଅଧ୍ୟକ୍ଷତାରେ ଓପିଏମ୍ ଶିବ ମନ୍ଦିର ପରିସରରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଆୟୋଜିତ ଏହି ବୈଠକରେ ବିଜେପି ଦଳକୁ ତୃଣମୂଳ ସ୍ତ୍ରରରୁ ସୁଦୃଢ କରିବା ସହିତ ସଙ୍ଘଠନକୁ ଆହୁରି କେମିତି ମଜବୁତ କରାଯାଇପାରିନ ଓ ଗରିବ ଜନତା ଙ୍କ ପାଖରେ ସରକାରୀ ଯୋଜନା କେମିତି ସଠିକ ଭାବରେ ପହଂଚିପାରିବ ତାକୁ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।