ଆସନ୍ତା ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା ରହିଛି। କିନ୍ତୁ ଏହାକୁ କିଛି ମତ୍ସ୍ଯଜୀବି ଅମାନ୍ଯ କରି ସମୁଦ୍ର ମଝିରେ ମାଛ ଧରୁଛନ୍ତି। ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପ୍ରୟାଗି ସ୍ଥିତ ସମୁଦ୍ର ଭିତରେ ବେଆଇନ୍ ମାଛ ଧରୁଥିବା ବେଳେ ୨ ଗୋଟି ଟ୍ରଲର କୁ ଜବତ କରିଛି ବନ ବିଭାଗ। ଗୁରୁବାର ଅପରାହ୍ନରେ ୨ ଟ୍ରଲର କୁ ଜବତ କରି କୂଳକୁ ଅଣାଯାଉଥିବା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ।