ମ,ରାମପୁର ର ବିଜେପି କର୍ମୀ ପଦ୍ମ ଲୋଚନ ମିଶ୍ର ଙ୍କୁ ଜିଲ୍ଲା ଉପସଭାପତି ଭାବରେ ମନୋନୟନ କରାଯାଇଛି । ରାଜ୍ୟ ବିଜେପି ର ଅନୁମୋଦନ କ୍ରମେ ଶ୍ରୀ ମିଶ୍ର ବିଜେପି ଉପ ସଭାପତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସର ରେ ସେ ରାଜ୍ୟ ନେତୃବୃନ୍ଦ ଙ୍କ ସମେତ କଳାହାଣ୍ଡି ଲୋକ ସଭା ସାଂସଦ ମାଳବିକା ଦେବୀ, ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର , ପୂର୍ବତନ ମନ୍ତ୍ରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ,ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ , ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।