ଛତ୍ରପୁର ଉପକଣ୍ଠ ହୂମ୍ମା ପଂଚାୟତ ବୋରିଗାଁ ନିକଟରେ ଥିବା ରାଣିବର ପାହାଡ ଉପରେ ରହିଛି ବାବା ଶ୍ରୀ ଶ୍ରୀ ଝାଡ଼େଶ୍ୱର ଶୈବ ପୀଠ। ଏହି ପୀଠ ହେଉଛି ବହୁ ପୁରାତନ।ହୁମା ଜାତୀୟ ରାଜପଥ ଠାରୁ କମ୍ ଦୂରରେ ଥିବା ଏହି ଶୈବପୀଠ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ। ତେବେ ଏହାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସୋମବାର ଅପରାହ୍ନରେ ଏଭଳି ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା।