ସୁକିନ୍ଦା: ମିର୍ଜାପୁର ଅଞ୍ଚଳରେ ୧୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ୫ ମାସର ଗର୍ଭବତୀ କଲେ ଜଣେ ଦିବ୍ୟାଙ୍ଗ
Sukinda, Jajpur | Sep 14, 2025 ୧୬ ବର୍ଷର ନାବାଳିକାକୁ ଜଣେ ଦିବ୍ୟାଙ୍ଗ ବାରମ୍ବାର ଦୁଷ୍କର୍ମ କରିବା ଓ ନାବାଳିକା ଜଣଙ୍କ ୫ ମାସର ଗର୍ଭବତୀ ଥିବା ଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି । ଥାନାରେ ଏତଲା ପରେ ପୁଲିସ କେସ ନଂ ୫୭୨/୨୫ ରେ ମାମଲା ରୁଜୁ କରି ଏହି ଘଟଣାରେ ସମ୍ପୃକ୍ତ ଦିବ୍ୟାଙ୍ଗ ଅର୍ଜୁନ ବେହେରା ଓରଫ ଛୋଟାକୁ ଗିରଫ କରି ରବିବାର ଅପରାହ୍ନ 4 ଘଟିକା ସମୟରେ କୋର୍ଟ ଚାଲାଣ କରିଛି ଧର୍ମଶାଳା ପୁଲିସ ।