ଡାବୁଗାଁ: ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ତାଲିମ
ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ଜଳବାୟୁ ପରିବର୍ତ୍ତନକୁ ଅନୁକୂଳ କରିବା ପାଇଁ ଗ୍ରାମ ପଞ୍ଚାୟତର ଭୂମିକା ଉପରେ ଏକ ତାଲିମ ଶିବିର  ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଳବାୟୁ ପରିବର୍ତ୍ତନର କାରଣ, ନିରାକରଣ, ଆମ ଅଞ୍ଚଳରେ ଜଳବାୟୁ କିପରି ଅନୁକୂଳ କରିବା, ଏଥିରେ ଗ୍ରାମ ପଞ୍ଚାୟତ ର ଭୂମିକା, ସଚେତନତା ସୃଷ୍ଟି କରିବା ଓ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନାରେ ସାମିଲ କରିବା ଆଦି ଉପରେ ତାଲିମ ଦିଆଯାଇଥିଲା |