ଜୁନାଗଡ: ଜୁନାଗଡ଼ ରେ ଲଙ୍କେଶ୍ୱରୀ ଙ୍କ ଖଣ୍ଡାବସା ଉତ୍ସବ ଅନୁଷ୍ଠିତ
ଜୁନାଗଡ଼ ସହରରେ ରବିବାର ସନ୍ଧ୍ୟା ୫ ଟା ରୁ ଜୁନାଗଡ଼ ର ଅଧିଷ୍ଠାତ୍ରୀ ଦେବି ମା ଲଙ୍କେଶ୍ୱରୀ ଙ୍କ ଖଣ୍ଡାବସା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଦେବୀ ପୀଠ ସହ ଜୁନାଗଡ଼ ସହର ଉତ୍ସବମୁଖର ହୋଇଉଠିଛି। ମା ଙ୍କ ଦର୍ଶନ ପାଇଁ ମନ୍ଦିର ରେ ଭିଡ଼ ଜମି ରହିଥିଲା। ଜୁନାଗଡ଼ ଆଇ ଆଇ ସି ଶେଷଦେବ ବେହେରା ଏବଂ ଏସଡିପିଓ ଡୋଳାମଣି ଭୋଇ ଉପସ୍ଥିତ ରହି ଆଇନଶୃଙ୍ଖଳା ର ତଦାରଖ କରୁଥିଳେ।