ହିନ୍ଦୋଳ: ଗୋଡିଡିହି ଗ୍ରାମରେ ବାଇକ ଧକ୍କାରେ ଛାତ୍ର ଗୁରୁତର
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା.ବ୍ଳକ ଗୋଡିଡିହି ଗ୍ରାମର ଆଜି ଅପରାହ୍ନରେ ଜଣେ ଛାତ୍ର ଖେଳୁଥିବା ଏକ ବାଇକ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ଗୋଡିଡିହି ତପନ ନାୟକଙ୍କ ୧୨ବର୍ଷର ପୁଅ ସିପୁନ ନାୟକ ଗ୍ରାମନିକଟରେ ଖେଳୁଥିବା ବେଳେ ହଠାତ ଏକ ବାଇକ ଦୃତ ଗତିରେ ଆସି ଦୁର୍ଘଟଣା ଘଟାଇଥିଲା । ଯାହାଦ୍ଵାରା ସିପୁନ ମୁଣ୍ଡର ଗଭିର ଆଘାତ ଲାଗି ଚେତାଶୁନ୍ୟ ଭାବେ ଉଦ୍ଧାର ହୋଇ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟ ଓ ପରେ ଆଜି ସନ୍ଧ୍ୟା ୭ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅତ୍ୟେଧିକ ଗୁରୁତର ତଥା ଚେତାଶୁନ୍ୟ ରହି ଥିବାରୁ ଡାକ୍ତର କଟକ ସ୍ଥାନାନ୍ତରିତ କରିଛନ୍ତି