ଓରିଏଣ୍ଟ: ବଦଳିଲେ ଝାରସୁଗୁଡା ଜିଲ୍ଲାର ଲଇକେରା,ବଡ଼ମାଲ,ବେଳପାହାଡ଼ ଥାନାର ଥାନା ଅଧିକାରୀ
ବଦଳିଲେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଧିକାରୀ। ତେବେ ଝାରସୁଗୁଡା ପୋଲିସ ପକ୍ଷରୁ ଏହି ଅଦଳ ବଦଳ କରାଯାଇଥିବା ନେଇ ଆଜି ଦିନ ଚାରିଟା ସମୟରେ ସୂଚନା ମିଳିଛି। ତେବେ ଆଜି ଜାରି ହୋଇଥିବା ଅଦଳବଦଳ ଅନୁଯାୟୀ ଲଇକେରା ଥାନା ଅଧିକାରୀ ଦିଲୀପ କୁମାର ବେହରାଙ୍କୁ ବଡ଼ମାଲ ଥାନା ଅଧିକାରୀ ଭାବରେ ସ୍ଥାନାନ୍ତର କରାଯାଇଥିବା ବେଳେ ବେଳପାହାଡ଼ ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ମେହେର ଙ୍କୁ ଲଇକେରା ଥାନା ଅଧିକାରୀ ଭାବରେ ସ୍ଥାନାନ୍ତର କରାଯାଇଛି। ସେହିପରି ଭାବରେ ବ୍ରଜରାଜନଗର ଥାନାରେ ଥିବା ଇନ୍ସପେକ୍ଟର ବିକାଶ କଲେତ ଙ୍କୁ ବେଳପାହାଡ଼ ଥାନା ଅଧିକାରୀ ଭାବରେ ସ୍ଥାନାନ୍ତର କରାଯାଇଛି।