କଟକ ପୌରାଞ୍ଚଳ: ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟଳୟରେ ଅଧ୍ୟକ୍ଷା ପଦ ଲାଗି ଶୁକ୍ରବାର ଅନାସ୍ଥା ଭୋଟରେ ଅଧ୍ୟକ୍ଷା ରୋଜି ସେଠୀ ତାଙ୍କ ପାଦ ବଜାୟ ରଖିଛନ୍ତି।
ନିଶ୍ଚିନ୍ତ କୋଇଲି ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ୧୧ଟାରେ ଅନାସ୍ଥା ଭୋଟ ଗ୍ରହଣ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା, ବିଜେଡି ସମର୍ଥିତ ଅଧକ୍ଷ ଥିବା ରୋଜି ସେଠି ତାଙ୍କ ପଦ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି, ୨୯ଜଣ ନୋମିନି ତାଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ, ମାତ୍ର ସଂଖ୍ୟା ଗରିଷ୍ଠତା ଅଭାବରୁ ଏହାକୁ ଗ୍ରହଣ କରାଯାଇ ନଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ସୂଚନା ମିଳିଛି।