ନୀଳକଣ୍ଠପୁର ଛକରେ ବାଇକ ଦୁର୍ଘଟଣାରେ ତିନିଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ନୀଳକଣ୍ଠପୁର ଛକରେ ବାଇକ ଦୁର୍ଘଟଣାରେ ଢମଣାଗାଡିଆ ବାସିନ୍ଦା ସନା ମୁଣ୍ଡା, କରଡ଼ାଗାଡିଆ ବାସିନ୍ଦା ବାସନ୍ତୀ ସୋରେନ ଓ ଜଣେ ନାବାଳିକା ଗୁରୁତର ହୋଇଯାଇଥିଲେ । 108 ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଶୁକ୍ରବାର ରାତି 8 ଘଟିକା ସମୟରେ ଦେଖିବାକୁ ମିଳିଛି ।