ଶୁକ୍ରବାର ଦିନ ପ୍ରାୟ ୧ ଟାରେ ମୟୂରଭଞ୍ଜ ଜିଲ୍ଳା କପ୍ତିପଦା ହାଇସ୍କୁଲ ଠାରେ ମତ୍ସ୍ୟ ଏବଂ ପଶୁ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ସମ୍ମାନୀତ ଅତିଥି ଭାବେ ଉଦଳା NAC ଅଧ୍ୟକ୍ଷା ପ୍ରମିଳା ପଣ୍ଡା ପ୍ରମୁଖ ଯୋଗଦେଇ ଏହାର ଉଦଘାଟନ କରିବା ସହିତ ମତ୍ସ୍ୟଚାଷି ଏବଂ ପଶୁ ପାଳକ ମାନଙ୍କୁ ଉତ୍ସାହିତ କରିଥିଲେ।