ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ତିଲିଆ ପଞ୍ଚାୟତ ସିଂହାଇପାଲି ଗ୍ରାମରେ ଚାଲିଥିବା ବାଲ୍ମୀକି ରାମାୟଣ ପାଠ ଆଜି ଦିନ ତିନିଟା ସମୟରେ ଉଦ୍ଯାପିତ ହୋଇଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସ ୧୪ ତାରିଖ ଦିନ ଗ୍ରାମର ହନୁମାନ ମନ୍ଦିର -ଠାରେ ଆରମ୍ଭ କରାଯାଇଥିବା ଏହି ସପ୍ତକାଣ୍ଡ ବାଲ୍ମୀକି ରାମାୟଣ ପାଠର ଉଦ୍ଯାପନୀ ନିମନ୍ତେ ଆଜି ପୂଜକ ସୁମନ୍ତ ମିଶ୍ର, କର୍ତା ହୃଦାନନ୍ଦ ସାହୁ ଓ ପତ୍ନୀ ସରିଜିନୀ ସାହୁଙ୍କ ଦ୍ଵାରା ପୂଜାପାଠ କରାଯାଇଥିଲା। ଏହି ଅବସରରେ ପୁରାଣ ଗାୟକ ଟଙ୍କଧର ସାହୁ, ଦାଶରଥ ପଧାନ, ତୁଷାର ପଧାନ, ରବିନ୍ଦ୍ର ପଧାନ, ରାଧାକାନ୍ତ ବଢ଼େଇ ପ୍ରମୁଖ ରାମାୟଣ ଗାନ କରିଥିଲେ।