ନୂଆପଡା ଉପନିର୍ବାଚନରେ ଜୟ ଢୋଲକିଆଙ୍କ ବିଜୟ ପରେ, ମୋଟା-ନୂଆପଡା ପଞ୍ଚାୟତ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଛେଣ୍ଡିପଦା ବିଧାୟକଙ୍କୁ ଧନ୍ୟବାଦ ଦେଲେ ପଞ୍ଚାୟତବାସୀ । ଆଜି ଛେଣ୍ଡିପଦା ଆସି ବିଧାୟକ ଅଗସ୍ତି ବେହେରାଙ୍କୁ ସାକ୍ଷାତ କରି ବିଜେପି ପଞ୍ଚାୟତ ସଭାପତିଙ୍କ ସହ ଦଳୀୟ ନେତା କର୍ମୀ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ବିଧାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।