କେସିଙ୍ଗା ସିଏଚସିରେ କାର୍ଯ୍ୟକାରୀ ହେଲା ରକ୍ତ ସଂରକ୍ଷଣ କେନ୍ଦ୍ର l ଦୀର୍ଘଦିନର ଦାବି ପରେ ଆଜି ପୁଣି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟକାରୀ ହେଲା ରକ୍ତ ସଂରକ୍ଷଣ କେନ୍ଦ୍ର। ଏହି କେନ୍ଦ୍ରର ଡାକ୍ତର ଭାବରେ ରବିନ୍ଦ୍ର କୁମାର ଖଟୁଆ ଓ ଲ୍ୟାବ୍ ଇନଚାର୍ଜ ଭାବେ ଜବାହରଲାଲ ମହାନନ୍ଦ ନିୟୋଜିତ ହୋଇଛନ୍ତି। ତେଣୁ ଏହି ସିଏଚସି ଉପରେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ଅଞ୍ଚଳର ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ଉପକୃତ ହେବେ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି। ଏଥିସହ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।