ଝାରସୁଗୁଡା ଜିଲ୍ଲା ଜାମକାନି ନିକଟରେ ବୁଲୁଛି ବଣୁଆ ଦନ୍ତା ହାତୀ l ହାତୀ ଟି ଆଜି ସକାଳ ୮ ଟା ରେ କୁଲତା ପଡା ନିକଟରେ ଥିବା ଗାଡ଼ିଆ ପାଣି ରେ ଥିବାବେଳେ ଲୋକେ ହାତୀ କୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି l ଏହି ହାତୀ ଟି ଅନେକ ଦିନ ହେଲାଣି କୁଡାଲୋଇ, ଲଖନପୁର, ଜୁନିଏନ, ଭଅଁରଖୋଲ, ପଞ୍ଚଗାଁ ଅଂଚଳ ରେ ଘୁରି ବୁଲୁଥିବାବେଳେ ଗତକାଲି ରାତିରେ ଜୋରାବଗା ଅଂଚଳରେ ଦେଖିବାକୁ ମିଳିଥିଲା l ଏହାପରେ ଆଜି ସକାଳ ୮ ଟା ରେ ଜାମକାନି କୁଲତାପଡା ନିକଟରେ ହାତୁ ଟି ଦେଖିବାକୁ ମିଳିଛି l