ଦିଗପହଣ୍ଡି: ଅମଳାଗୁଡ଼ାରେ ୪୦ଟି ବିଦେଶୀ ମଦ ବୋତଲ ଜବତ, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
ଗଞ୍ଜାମ ଜିଲ୍ଲା ଚିକିଟି ବିଷାକ୍ତ ମଦମୃତ୍ୟୁ ଘଟଣା ପରେ ସ୍ଥାନୀୟ ଅବକାରୀ ବିଭାଗ ଏବଂ ପୋଲିସ ପକ୍ଷରୁ ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ଚଢାଉ ଧରପଗଡକୁ ଜୋରଦାର କରାଯାଇଛିl ଦିଗପହଣ୍ଡି ଅବକାରୀ ଏସ.ଆଇ ଅନିତା ପ୍ରଧାନ ଅମଳାଗୁଡ଼ା ଗ୍ରାମର ପାଣ୍ଡବ ବିଷୋୟୀଙ୍କୁ ଗିରଫ କରିଥିଲେ। ତାଙ୍କ ନିକଟରୁ ବିଭିନ୍ନ କମ୍ପାନୀ ନିର୍ମିତ ୪୦ ଟି ବିଦେଶୀ ମଦ ବୋତଲ ଜବତ କରିଥିଲେ।ମଙ୍ଗଳବାର ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି।