ବାହାର ରାଜ୍ୟର ମାଛ ମରିବାକୁ ଆସିଥିବା ଅନେକ ଟ୍ରଲର ସମୁଦ୍ର ଭିତରେ ଫସି ରହିଥିଲା। ସାମ୍ଭାବ୍ୟ ବାତ୍ୟା ମୋନ୍ଥା ପାଇଁ ସମୁଦ୍ରକୁ ମାଛ ଧରିବାକୁ ମତ୍ସଜୀବୀଙ୍କୁ ବାରଣ ଥିଲା। ତେବେ ଏହା ପୂର୍ବରୁ ଟ୍ରଲର ଗୁଡ଼ିକ ସମୁଦ୍ର ଭିତରେ ରହିଥିଲେ। ସମୁଦ୍ର ଅଶାନ୍ତ ଓ ଉଚ୍ଚ ଜୁଆର କାରଣରୁ ଏମାନେ କୂଳକୁ ଆସି ପାରୁ ନଥିଲେ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଭିତରେ ଆନ୍ଧ୍ରପ୍ରଦେଶର ୪୦ ଟି ମାଛ ଧରା ଟ୍ରଲର ଫସି ରହିଥିବା ବେଳେ ସୋମବାର ରାତିରେ ସମସ୍ତ ଟ୍ରଲର ଗୁଡ଼ିକ ସୁରକ୍ଷିତ ଭାବେ ଫେରି ଆସିଛନ୍ତି।