ସୁବର୍ଣ୍ଣପୁର ସହରର ପରିବହନ କାର୍ଯ୍ୟାଳକୁ ଯାଉଥିବା ରାସ୍ତାରେ ଗଛ ପଡ଼ି ରାସ୍ତା ଅବୋଧ୍ୟ। ସୁବର୍ଣ୍ଣପୁର ସହରର ଜନଗହଳି ପୁର୍ଣ୍ଣ ରାସ୍ତା ତହସିଲ କାର୍ଯ୍ୟାଳୟ ଠାରୁ ପରିବହନ କାର୍ଯ୍ୟାଳ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସଂଯଗୋ କରୁଥିବା ରାସ୍ତା ଉପରେ ଛଗ ପଡ଼ି ରାସ୍ତା ଅବୋଧ୍ୟ ହୋଇଥିବା ଦେଖିବାକୁ ମିଳିଛି।ଯାହା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଛି।ତେବେ ଘଟଣା ସ୍ଥଳରୁ ଅଗ୍ନି ଶମ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇ ଉକ୍ତ ରାସ୍ତା ଅବରୋଧ କୁ ହଟାଇବା କୁ ଅନୁରୋଧ କରିଥିବା ସୂଚନା ମିଳିଛି।