ଛେଣ୍ଡିପଦା ବ୍ଲକ କୋଶଳା ସ୍ଥିତି ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ବିଧାୟକ ଅଗସ୍ତି ବେହେରା ଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଭାପତିତ୍ବ କରିଥିଲେ । ସଭାରେ ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷା, କୋଶଳା ସରପଞ୍ଚ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ରବାନ, ଶିକ୍ଷା ଦ୍ବାରା ଦୁନିଆରେ ନିଜର ପରିଚୟ ଓ ନିଜର ପ୍ରତିଭା ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ନିଜ ଜୀବନ ସହ ସମାଜର କଲ୍ୟାଣ ଏକ ମାଇଲ ଖୁଣ୍ଟ ହୋଇପାରିବେ ବୋଲି ମତ ପ୍ରକାଶ କରି