ପଦ୍ମପୁର: ପଦ୍ମପୁର ଗୋରୁବଜାର ଠାରେ ବିରାଟ କୃଷକ ସଚେତନତା ସମାବେଶ ଅନୁଷ୍ଠିତ
ଆଜି ଶନିବାର ସକାଳ 11ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପଦ୍ମପୁର ସହର ଗୋରୁବଜାର ଠାରେ ରାଜବୋଡା ସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବିରାଟ କୃଷକ ସଚେତନତା ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶରେ ବରଗଡ ଜିଲ୍ଲାର ବିଭିନ୍ନ କୃଷକ ସଙ୍ଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଗଦେଇ ନିଜ ନିଜ ଅଭିଭାଷଣ ରଖିବା ସହ କୃଷକମାନଙ୍କ ଠାରେ ଦେଖା ଦେଉଥିବା ବିଭିନ୍ନ ଅସୁବିଧା ବିଷୟରେ ଆଲୋଚନା କରିଥିଲେ ଓ ସରକାର କୁ ଚେତାବନୀ ଦେଇଥିଲେ।