ଗୋବିନ୍ଦପୁର: ବିଜାଡିହି ଜଙ୍ଗଲ ରେ ଅଜଗର କୁ ମାରି ଛେଳି ର ଜୀବନ ବଞ୍ଚାଇଲେ ଛେଲି ମାଲିକ
ବାମରା ନିକଟ ବିଜାଡିହି ଠାରେ ଅଜଗର ସାପ ଏକ ଛେଳି କୁ ଗିଳି ଦେଉଥିବା ବେଳେ ଛେଳି ମାଲିକ ସାପ କୁ ମାରି ଛେଳି କୁ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ବିଜାଡିହି ଗ୍ରାମ ରେ କେତେକ ଛେଳି ଗ୍ରାମ ନିକଟ ଜଙ୍ଗଲ କୁ ଚରିବା ପାଇଁ ଯାଇଥିବା ବେଳେ ସେଠାରେ ଏକ ଅଜଗର ସାପ, ଏକ ଛେଳି କୁ ଗିଳି ଦେଉଥିବା ବେଳେ ସେହି ସମୟ ରେ ଛେଳି ମାଲିକ ସେଠାକୁ ପହଞ୍ଚି ଯାଇଥିଲେ। ସେ ନିଜ ଛେଳି କୁ ପଞ୍ଚାଇବା କୁ ଯାଇ ପଥର ଓ ଠେଙ୍ଗା ରେ ପିଟି ପିଟି ଉକ୍ତ ଅଜଗର ସାପ କୁ ମାରିଥିବା ଜଣାପଡିଛି। ଏହାର କେତେକ ଫଟୋ ଭାଇରାଲ ହେବା ସହ ଉକ୍ତ ଘଟଣାଟି ଶନିବାର ଦିନ ଅଞ୍ଚଳ ରେ ଚର୍ଚ୍ଚା ହେଉଛି।