କୋଟପାଡ: ବୈପାରୀଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ପୋଲିସ ପକ୍ଷରୁ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ବୈପାରୀଗୁଡା ପୋଲିସ ପକ୍ଷରୁ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସନ୍ଧ୍ୟା ସାତୋଟା ସମୟରେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ “ସଚେତନତା ହିଁ ସୁରକ୍ଷା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଓଆଇସି ଡମ୍ବୁରୁ ଧର ବାର୍ତିଆଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ, ବ୍ଲକ ଅଦକ୍ଷ ପ୍ରଶାନ୍ତ ଗୁପ୍ତା, ଜିଲ୍ଲା ପରିଷଦ ରାଜେଶ ମହୁରୀଆ, ସରପଞ୍ଚ ସୂର୍ଯ୍ୟ ମଣି ନାୟକ, ସମିତି ସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ଇନ୍ସପେକ୍ଟର ଅନିତା ନାୟକ ପ୍ରମୁଖ ଯୋଗଦେଇ ସାଇବର ସେଲ୍ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ ।