ଗାଇସିଲେଟ୍: ସରକାରୀ ନୋଡାଲ ହାଇସ୍କୁଲ ଶରଧାପାଲି ଠାରେ ବ୍ଳକ ସ୍ତରୀୟ ପ୍ରଦର୍ଶନୀ ଅନୁଷ୍ଠିତ
ସୁସ୍ଥ ଜୀବନ ଓ ସୁରକ୍ଷିତ ପରିବେଶ ପାଇଁ ଆମ ଜୀବନଶୈଳୀ ଉପରେ ଆଧାରିତ ଏକ ବ୍ଳକ ସ୍ତରୀୟ ପ୍ରଦର୍ଶନୀ ଗାଇସିଲେଟ ବ୍ଳକ ର ସରକାରୀ ନୋଡାଲ ହାଇସ୍କୁଲ ଶରଧାପାଲି ଠାରେ ଆଜି ସକାଳ 10.30ଟା ସମୟରେ ଅନୁଷ୍ଠିତ ହୋଇଯାଇଅଛି। ଏହାର ଉଦଘାଟନ ସମାରୋହ ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକିଲ ପାଣ୍ଡେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓ ଗାଇସିଲେଟ ବିଇଓ ରାମଲାଲ ବରିହା ମୁଖ୍ୟ ଅତିଥି,ଏବିଇଓ ଜୟ କୁମାର ସାହୁ , ଗାଇସିଲେଟ ବ୍ଳକ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଅନୀଲ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ।