କନ୍ଧମାଳ ଜିଲା ଜି.ଉଦୟଗିରି ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଙ୍କ ତତ୍ତ୍ଵାବଧାନରେ ଭାରତୀୟ ସିଭିଲ ସର୍ଭିସ ରେ ପ୍ରଶିକ୍ଷଣ ନେଉଥିବା ୧୨ ଜଣ ପ୍ରଶିକ୍ଷାର୍ଥୀ ଜି.ଉଦୟଗିରି ର ବିଭିନ୍ନ କାର୍ଯ୍ୟାଳୟ ଅନୁଷ୍ଠାନ ବୁଲି ଦେଖିବା ସହ ଉକ୍ତ କାର୍ଯ୍ୟାଳୟ ର କାର୍ଯ୍ୟ ପ୍ରଣାଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ। ଭାରତୀୟ ସିଭିଲ ସର୍ଭିସ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରିଷଦ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ବେଦଭୂଷଣ,ଡିଏଫଓ ପ୍ରତାପ କାଟାପାଲି, ଜିଲ୍ଲା ସହରାଞ୍ଚଳ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବିଣ କୁମାର ବାଣୁଆ ଉପସ୍ଥିତ ରହିଥିଲେ।