ବାମରା ର ବ୍ୟସ୍ତ ବହୁଳ ବସଷ୍ଟାଣ୍ଡ ରେଳ ଫାଟକ ରେ ରେଳ ଲାଇନ ଓ ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ଚାଲି ଥିବା କାରଣ ରୁ ଫାଟକ ଟି ଶନିବାର ସକାଳ ୮ ଟାରୁ ରେଳ ବିଭାଗ ଦ୍ଵାରା ବନ୍ଦ କରି ଦିଆ ଯାଇଥିଲା। ଫଳ ରେ ଉକ୍ତ ବାଟ ଦେଇ ସମସ୍ତ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସନ୍ଧ୍ୟା ପ୍ରାୟ ୬ ଟାରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଯାତାୟାତ ସ୍ବଭାବିକ ହୋଇଥିଲା। ଅନ୍ୟ ପଟେ ଯାତାୟାତ ପାଇଁ ଲୋକେ ଇଷ୍ଟ କେବିନ୍ ରେଳ ଫାଟକ ଉପରେ ନିର୍ଭର କରିଥିବା ବେଳେ ଉକ୍ତ ଫାଟକ ରେ ଟ୍ରାଫିକ ସମସ୍ୟା ଦେଖା ଯାଇଥିଲା।