ବାରିପଦା ମ୍ୟୁନିସିପାଲଟି: IDBI ବ୍ୟାଙ୍କ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ବ୍ୟାଟେରୀ ଚଳିତ ଗାଡ଼ି ଓ ୧୧ଟି ଷ୍ଟ୍ରେଚର ପ୍ରଦାନ; ମନ୍ତ୍ରୀଙ୍କ ଯୋଗଦାନ
ଶୁକ୍ରବାର ଦିନ ପ୍ରାୟ ୧୨ଟାରେ IDBI ବ୍ୟାଙ୍କ ର CSR ଫଣ୍ଡ ରୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ବ୍ୟାଟେରୀ ଚଳିତ ଗାଡ଼ି ଓ ୧୧ ଗୋଟି ଷ୍ଟ୍ରେଚର ପ୍ରଦାନ କରାଯାଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଉପସ୍ଥିତିରେ ଏହାକୁ ପ୍ରଦାନ କରାଯାଇଛି।