ଡାବୁଗାଁ: ଡାବୁଗାଁ ବ୍ଲକ ଛେରାଗୁଡା ନିକଟରେ କିଓସ୍କ ବ୍ୟାଙ୍କ କର୍ମଚାରିଙ୍କ ଠାରୁ ଲ୍ୟାପଟପ ଓ ଟଙ୍କା ଲୁଟ, ଥାନାରେ ଏତଲା
ଡାବୁଗାଁ ବ୍ଲକ ଛେରାଗୁଡା ନିକଟରେ ଆଜି ବସନ୍ତ ବିଶୋଇ ନାମକ କିଓସ୍କ ବ୍ୟାଙ୍କ କର୍ମଚାରିଙ୍କ ଠାରୁ 3 ଟି ଲ୍ୟାପଟପ ଓ 1 ଲକ୍ଷ 18 ହଜାର ଟଙ୍କା ଲୁଟ ହୋଇଛି | ଏ ନେଇ ସେ ଥାନାରେ ଏତଲା ଦେବା ପରେ ପୋଲିସ କେସ ନମ୍ବର 223/25ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି | ବସନ୍ତ ବଡ଼ ଓଲମାରୁ ଜବାଗୁଡା ଯିବା ସମୟରେ ଛେରାଗୁଡା ଗ୍ରାମ ନିକଟରେ 3 ଜଣ ଦୁବୃତ୍ତ ତାଙ୍କୁ ଅଟକାଇ ଆଖିରେ ଲଙ୍କା ଗୁଣ୍ଡ ସ୍ପ୍ରେ କରି ତାଙ୍କ ଠାରୁ ଲୁଟ କରିଥିଲେ |