ବାମରା ବ୍ଲକ ଅନ୍ତର୍ଗତ ଗଡ଼ପୋଷ ସ୍ଥିତ ଗୁରୁଦ୍ୱାରା ଠାରେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଜୀଙ୍କ ୫୫୬ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଗୁରୁପୁରବ କିମ୍ବା ଗୁରୁ ପର୍ବ ବୋଲି ପରିଚିତ ଗୁରୁ ନାନକ ଜୟନ୍ତୀ ଅବସରରେ ପାଞ୍ଚଦିନ ପୂର୍ବରୁ ଗୁରୁଦ୍ୱାରାକୁ ଆଲୋକିତ କରାଯାଇ ଭକ୍ତିମୟ କୀର୍ତନ ହୋଇଥିଲା। ତିନିଦିନ ପ୍ରଭାତୀ ଯାତ୍ରା ଆୟୋଜିତ ହୋଇ ଶିଖ ଧର୍ମାବଲମ୍ବିଙ୍କ ସମେତ ଅନେକ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ। ବୁଧବାର ଭୋରରୁ ଗ୍ରାମ ପରିକ୍ରମା ପରେ ଗୁରୁଦ୍ୱାରା ପରିସରରେ ସାହେବ ଶ୍ରୀ ସୁଖମନି ସାହେବ ପାଠ, କୀର୍ତ୍ତନ ଓ ଗୁରୁଗାଥା କଥା ପାଠ ହୋଇଥିଲା।